ସମ୍ବଲପୁର: ସ୍କର୍ପିଓ ଗାଡ଼ିରୁ ଜବତ ୧ କ୍ୱିଣ୍ଟାଲ ୧୦ କେଜି ରୂପା, ୧ କୋଟି ଟଙ୍କାର ଅନୁମାନିତ ମୂଲ୍ୟ


ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ରେଙ୍ଗାଲି ନିକଟରେ ଅବକାରୀ ବିଭାଗ ତରଫରୁ ଯାଞ୍ଚ ବେଳେ ମହାରାଷ୍ଟ୍ର ପଞ୍ଜିକୃତ ଏକ ସ୍କର୍ପିଓ ଗାଡ଼ିରୁ ଗୁପ୍ତ ଚ୍ୟାମ୍ବର ଭିତରେ ଲୁଚାଇ ରଖାଯାଇଥିବା ୧ କ୍ୱିଣ୍ଟାଲ ୧୦ କେଜି ରୂପା ବିସ୍କୁଟ ଓ କଏନ ଜବତ କରାଯାଇଛି। ଏହାର ଅନୁମାନିତ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଧିକାରୀମାନେ କହିଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣକୁ ଅଟକ ରଖାଯାଇଛି, ଯେଉଁମାନେ କୌଣସି ବିଲ୍ ପ୍ରଦର୍ଶନ କରିପାରିନଥିଲେ।

Leave a Reply

Your email address will not be published. Required fields are marked *