ଓଡ଼ିଶାରେ ପ୍ରଥମଥର ପାଇଁ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍: ଭୁବନେଶ୍ୱରରେ ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ସ୍ତରୀୟ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାର ଆୟୋଜନ ହେବ। ଏହି ପ୍ରତିଯୋଗିତାରେ ଭାରତ ସହିତ ୧୦ରୁ ଅଧିକ ଦେଶରୁ ୧୫୦ରୁ ଉର୍ଦ୍ଧ୍ଵ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ।

ଏହି ବିଶେଷ ଅବସର ସମ୍ବନ୍ଧରେ ସୂଚନା ଦେଉଥିବା ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଓଡ଼ିଶା ପାଇଁ ଏହି ପ୍ରତିଯୋଗିତା ଗର୍ବ ଓ ଗୌରବର ବିଷୟ। ଏହା ଦେଖାଉଛି ଯେ ଓଡ଼ିଶା ବିଶ୍ୱ ସ୍ତରୀୟ କ୍ରୀଡ଼ା ଆୟୋଜନରେ ଏକ ଗୁରୁତ୍ୱପୂର୍ଣ୍ଣ ନାମ ହୋଇଯାଇଛି।”

ପ୍ରତିଯୋଗିତାରେ ଆଗମନ କରିଥିବା ଦେଶମାନଙ୍କ ମଧ୍ୟରେ ଭାରତ, ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, କାମେରୁନ, ଶ୍ରୀଲଙ୍କା, ଇରାନ ଓ ମାଳଦ୍ୱୀପ ସମିଲିତ ଅଟେ। ସମୁଦାୟ ୨୦ଟି ଇଭେଣ୍ଟ ଆୟୋଜିତ ହେବା ଯୋଜନା ରହିଛି।ଏହି ବୃହତ୍ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଖେଳାଳୀମାନଙ୍କର ସୁରକ୍ଷା, ଆତିଥ୍ୟ, ଲଜିଷ୍ଟିକ୍ସ ଓ ଖେଳ ସହିତ ସଂପୃକ୍ତ ସମସ୍ତ ପ୍ରସ୍ତୁତି ନେଉଅଁଚି।

ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ର ସେକ୍ରେଟାରୀ ଜେନେରାଲ ସନ୍ଦୀପ ମେହତା କହିଛନ୍ତି, “ଓଡ଼ିଶା ବିଶ୍ୱ ମାନଚିତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରୁଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର କ୍ରୀଡ଼ାବିତମାନେ ବିଶ୍ୱ ସ୍ତରରେ ଏକ ଅଲଗା ଚିହ୍ନ ରଖିପାରିବେ।”

ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାରେ ଖେଳାଳୀମାନଙ୍କର ସମ୍ଭାବନା ବୃଦ୍ଧି ପାଇବା ସହିତ ରାଜ୍ୟର କ୍ରୀଡ଼ା ଢାଞ୍ଚାକୁ ଅନ୍ତର୍ଜାତୀୟ ପାଟିଆଳାରେ ଗୁରୁତ୍ୱ ମିଳିବା ଆଶା ରହିଛି।

Leave a Reply

Your email address will not be published. Required fields are marked *