ନୂଆଦିଲ୍ଲୀ: ଭାରତୀୟ ରେଳପଥ ପକ୍ଷରୁ ‘ରେଲ୍ଓ୍ୱାନ’ ନାମକ ନୂଆ ସୁପର ଆପ୍ ଲଞ୍ଚ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଯାତ୍ରୀମାନେ ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୁବିଧା ପାଇପାରିବେ। ଆଇଆର୍ସିଟିସି ଜରିଆରେ ସଂରକ୍ଷିତ, ଅଣସଂରକ୍ଷିତ ଓ ପ୍ଲାଟଫର୍ମ ଟିକେଟ ବୁକିଂ, ପିଏନ୍ଆର୍ ଓ ଟ୍ରେନ ଷ୍ଟାଟସ୍, କୋଚ୍ ଅବସ୍ଥିତି, ରେଳ ସହାୟତା, ଯାତ୍ରା ମତାମତ, ଖାଦ୍ୟ ଅର୍ଡର, ରିଫଣ୍ଡ ଆଦି ସୁବିଧା ଉପଲବ୍ଧ ହେବ। ଆଣ୍ଡ୍ରଏଡ ଓ ଆଇଓଏସ୍ ଆପ୍ ଷ୍ଟୋରରୁ ଏହାକୁ ଡାଉନଲୋଡ୍ କରାଯାଇପାରିବ। ସିଙ୍ଗଲ୍ ସାଇନ୍-ଅନ୍, ଇ-ଓ୍ୱାଲେଟ, ଏମ୍ପିନ୍ ଓ ବାୟୋମେଟ୍ରିକ ଲଗ୍ଇନ୍ ସୁବିଧା ସହ ଏହା ବିଭିନ୍ନ ଆପ୍ର ଆବଶ୍ୟକତା ହ୍ରାସ କରିବ।
