ଦେବଗଡ଼ରେ ଯୁବତୀଙ୍କୁ ହତ୍ୟା ପରେ ନାଳରେ ଫୋପାଡ଼ିଲେ!

ଦେବଗଡ଼: ଦେବଗଡ଼ ଜିଲ୍ଲାରୁ ଏକ ଆଘାତଜନକ ଘଟଣା ସାମ୍ନାକୁ ଆସିଛି। ଆଜି କୁଣ୍ଢେଇଗୋଳା ଥାନା ଅଧୀନ ବୁଢ଼ାପାଳ ଗ୍ରାମ ପଞ୍ଚାୟତର ଠିଆନାଳ ଗାଁ ନିକଟରେ ଥିବା ଏକ ନାଳରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ପୋଲିସ ସନ୍ଦେହ କରୁଛି ଯେ, ଏହି ଯୁବତୀଙ୍କୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ନାଳରେ ଫୋପାଡ଼ି ଦିଆଯାଇଛି। ମୃତଦେହ ନିକଟରେ ଏକ ଜୋଡ଼ା ଚପଲ, ଏକ ହେୟାର କ୍ଲିପ୍‌, ଏକ ମୋବାଇଲ ସ୍କ୍ରିନ ଗାର୍ଡ ଏବଂ ଏକ ଖାଲି ମଦ ବୋତଲ ମିଳିଛି, ଯାହା ହତ୍ୟାର ସମ୍ଭାବନାକୁ ଆହୁରି ଘନୀଭୂତ କରୁଛି।ସ୍ଥାନୀୟ କିଛି ଯୁବକ ମାଛ ଧରିବାକୁ ଯାଇ ନାଳରେ ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତଦେହର ମୁହଁରେ ଓଢ଼ଣୀ ବନ୍ଧା ଥିବା ଯୋଗୁଁ ତାଙ୍କର ପରିଚୟ ମିଳିପାରି ନାହିଁ।

ପୋଲିସର ଅନୁମାନ ଅନୁଯାୟୀ, ଏହି ହତ୍ୟା ପ୍ରାୟ ପାଞ୍ଚ ଦିନ ପୂର୍ବେ ହୋଇଥାଇପାରେ। ତେବେ ଯୁବତୀଙ୍କ ପରିଚୟ ଏବଂ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅଜଣା ରହିଛି।ପୋଲିସ ସୂଚନା ଅନୁଯାୟୀ, ଆସନ୍ତାକାଲି ଏକ ଡଗ୍ ସ୍କ୍ୱାଡ ଏବଂ ବୈଜ୍ଞାନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବେ, ପରେ ମୃତଦେହକୁ ନାଳରୁ ଉଦ୍ଧାର କରାଯିବ।

Advertisement tariff In

KOSHALA BULLETIN

In classified Rs 1200/- yearly

Rs 5000/- Yearly (In classified + advertise in 3 news monthly)

Rs 10000/- Yearly (In classified + Advertise in 10 news monthly)

Rs. 3000/- Monthly (In classified  + Advertise  In One news daily)

Contact No:  80935 65289

Leave a Reply

Your email address will not be published. Required fields are marked *