ସମ୍ବଲପୁରରେ ସ୍କୁଲ ଭ୍ୟାନ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳରେ ପଡ଼ିଲା, ବାଇକ ଚାଳକ ଗୁରୁତର
ସମ୍ବଲପୁର, କ୍ଷେତ୍ରରାଜପୁର ବାଲାଜି କଲୋନି ନିକଟରେ ଏକ ସ୍କୁଲ ଭ୍ୟାନ ଦୁର୍ଘଟଣାର ଶିକାର ହୋଇଛି। ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଏକ ସ୍କୁଲ ଭ୍ୟାନ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଏହି ଧକ୍କା ଯୋଗୁଁ ଭ୍ୟାନଟି ରାସ୍ତା କଡ଼ରେ ଥିବା ନାଳରେ ଖସି ପଡ଼ିଥିଲା।
ଏହି ଘଟଣାରେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ସ୍କୁଲ ଭ୍ୟାନରେ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିଥିବା ଏବଂ ସେମାନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।
