ଓଡ଼ିଶା ସରକାର ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ୫୦୦ ପ୍ରାର୍ଥୀଙ୍କୁ ୧୧ ମାସର ମାଗଣା ୟୁପିଏସସି କୋଚିଂ (ପ୍ରିଲିମିନାରୀ, ମେନ୍ସ ଜିଏସ ଓ ଅପସନାଲ) ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ SAMS ପୋର୍ଟାଲ (www.samsodisha.gov.in) (www.samsodisha.gov.in) ମାଧ୍ୟମରେ ନିର୍ଦ୍ଦିଷ୍ଟ ଯୋଗ୍ୟତା ଅନୁଯାୟୀ ପ୍ରବେଶ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ୨୦୨୫-୨୬ ସେସନ ପାଇଁ ପୂର୍ବରୁ ବିଜ୍ଞାପନ ତାରିଖ ୧୪.୦୪.୨୫ ଅନୁଯାୟୀ ଆବେଦନ କରିଛନ୍ତି, ସେମାନେ ଏବେ ନିଜର ପସନ୍ଦ ଅନୁଯାୟୀ କୋଚିଂ ମୋଡ୍ ବାଛିପାରିବେ ଏବଂ ସେମାନଙ୍କୁ ନୂଆ ଆବେଦନ ଦାଖଲ କରିବାର ଆବଶ୍ୟକତା ନାହିଁ।
ସାଧାରଣ ଆବେଦନ ପତ୍ର SAMS ୱେବସାଇଟରେ ୦୩.୦୬.୨୦୨୫ (ମଧ୍ୟାହ୍ନ ୧୨ଟା)ରୁ ଉପଲବ୍ଧ ହେବ ଏବଂ ଅନଲାଇନ ଆବେଦନର ଶେଷ ତାରିଖ ହେଉଛି ୧୨.୦୬.୨୦୨୫ (ରାତି ୧୧:୪୫ ପର୍ଯ୍ୟନ୍ତ)। OCAC ଦ୍ୱାରା SSBକୁ ଆବେଦନ ଡାଟା ୧୫.୦୬.୨୦୨୫ ସୁଦ୍ଧା ପ୍ରଦାନ କରାଯିବ। ଆଡ଼ମିଟ କାର୍ଡ SSB ୱେବସାଇଟରେ ୦୧.୦୭.୨୦୨୫ରୁ ଉପଲବ୍ଧ ହେବ ଏବଂ ପ୍ରବେଶ ପରୀକ୍ଷା ୦୬.୦୭.୨୦୨୫ରେ ଅନୁଷ୍ଠିତ ହେବ।
ଅଧିକ ସୂଚନା ପାଇଁ www.dhe.odisha.gov.in ଏବଂ www.samsodisha.gov.in ୱେବସାଇଟ ପରିଦର୍ଶନ କରନ୍ତୁ। ସମ୍ପର୍କ ପାଇଁ ହେଲ୍ପଡେସ୍କ ନମ୍ବର: ୦୬୭୪-୨୯୫୪୬୦୦, ଇ-ମେଲ: civilservicesscheme2025@gmail.com।