ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ନିକଟରେ ଗତକାଲି ମଧ୍ୟରାତ୍ରିରେ ଏକ ଫର୍ଚୁନର କାର ଦୃତଗତିରେ ସୁବର୍ଣ୍ଣପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଟିଖାଇ ନୂଆବସ୍ତି ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ କାରଟି ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କାରରେ ଥିବା ଜଣେ ନାବାଳକ ସହ ତିନିଜଣ ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ଅଗ୍ନିଶମ ବାହିନୀ ଓ ଉଲୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ସମ୍ବଲପୁର ସହରର ବୋଲି ଜଣାପଡ଼ିଛି।
ପୁଲିସ ତଦନ୍ତ ବେଳେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି, ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି, ଏବଂ ପୁଲିସ ବନ୍ଧୁକର ଉତ୍ସ ଓ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି।