ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନ ଜଦାମୁଣ୍ଡା ଗାଁରେ ଅଭିଯୁକ୍ତ ବସୁ ଭୋଇ (୨୦) ଜଣେ ନାବାଳିକାଙ୍କୁ ଗତ ରବିବାର ଅପହରଣ କରି ଜଙ୍ଗଲରେ ୫ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ଣରେ ସେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲ ନିକଟରେ ଛାଡ଼ି ପଳାଇଛି। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ପୁଲିସ ମାମଲା (ନଂ. ୧୨୭/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏସଡିପିଓ ହେମନ୍ତ ରାଓ କହିଛନ୍ତି, ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚାଲିଛି।
ସୁବର୍ଣ୍ଣପୁର : ନାବାଳିକାଙ୍କୁ ଜଙ୍ଗଲରେ ୫ ଦିନ ରଖି ଦୁଷ୍କର୍ମ, ଅଭିଯୁକ୍ତ ଫେରାର
