ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ରେଙ୍ଗାଲି ନିକଟରେ ଅବକାରୀ ବିଭାଗ ତରଫରୁ ଯାଞ୍ଚ ବେଳେ ମହାରାଷ୍ଟ୍ର ପଞ୍ଜିକୃତ ଏକ ସ୍କର୍ପିଓ ଗାଡ଼ିରୁ ଗୁପ୍ତ ଚ୍ୟାମ୍ବର ଭିତରେ ଲୁଚାଇ ରଖାଯାଇଥିବା ୧ କ୍ୱିଣ୍ଟାଲ ୧୦ କେଜି ରୂପା ବିସ୍କୁଟ ଓ କଏନ ଜବତ କରାଯାଇଛି। ଏହାର ଅନୁମାନିତ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଧିକାରୀମାନେ କହିଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣକୁ ଅଟକ ରଖାଯାଇଛି, ଯେଉଁମାନେ କୌଣସି ବିଲ୍ ପ୍ରଦର୍ଶନ କରିପାରିନଥିଲେ।
