ବୁର୍ଲା ଭୀମସାର ସୁପର ସ୍ପେସାଲିଟି ଡାକ୍ତରଖାନାର ଆଇସିୟୁରେ ସିଲିଂ ଖସିପଡ଼ିଛି। ସୌଭାଗ୍ୟବଶତଃ କୌଣସି ରୋଗୀ ନଥିବାରୁ ବଡ଼ ଅଘଟଣ ଟଳିଛି। ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡାକ୍ତରଖାନା ଗତ ମେ’ ୩୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ୫୮ଟି ଆଇସିୟୁ ସହ ୨୭୨ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି ଆଦି ସୁବିଧା ରହିଛି। ମାତ୍ର ମାସେ ପରେ ସିଲିଂ ଖସିବା ନିର୍ମାଣର ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇଛି। ଭୀମସାର ଅଧୀକ୍ଷକ ଡାକ୍ତର ଲାଲ ମୋହନ ନାୟକ କହିଛନ୍ତି, ବର୍ଷା ଯୋଗୁଁ ସିଲିଂ ଖସିଥିଲା, ଯାହାକୁ ତୁରନ୍ତ ମରାମତି କରାଯାଇଛି।
