ନୂଆପଡ଼ା: ସାହାଜଟ ସେବାଶ୍ରମ ସ୍କୂଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ

ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅଧୀନରେ ଥିବା ସାହାଜଟ ସେବାଶ୍ରମ ସ୍କୂଲରେ ଅଷ୍ଟମ ଶ୍ରେଣୀର ଛାତ୍ର ଅଶ୍ୱିନୀ ବଞ୍ଚୋରଙ୍କ ରହସ୍ୟମୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଜୁଲାଇ ୧୬ ରାତିରେ ସ୍କୂଲ ପରିସରରେ ଏକ ମହୁଆ ଗଛରେ ଝୁଲୁଥିବା ଅବସ୍ଥାରେ ଅଶ୍ୱିନୀଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ଭାବେ ଆତ୍ମହତ୍ୟା ସନ୍ଦେହ କରାଯାଇଥିଲେ ମଧ୍ୟ, ସ୍ଥାନୀୟ ଲୋକେ ଏହା ହତ୍ୟା ହୋଇପାରେ ବୋଲି ଅଭିଯୋଗ କରିଛନ୍ତି।ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ପ୍ରଧାନଶିକ୍ଷକ ହରଦେବ ହାଂସଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଛି। ନୂଆପଡ଼ା ଏସଡିପିଓ ସ୍ୱାଧୀନ ମିଶ୍ର ଓ କୋମନା ଆଇଆଇସି ସୁମନ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହର ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *