ତୃଷାର୍ଭ ସମ୍ବଲପୁର, ଚତୁର୍ଦ୍ଦିଗରେ ହା ଅର୍ଣ୍ଣର ବିକଳ ସ୍ୱର-ପଥଭ୍ରଷ୍ଟ ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ !



ଆଗକୁ ମାଡ଼ି ଆସୁଛି ପ୍ରଚଣ୍ସମ୍ବଲପୁର ଯୁଝୁଛି ଖରାମାସରେ ନିଦାଘ କେତେ ଯେ ଅଗ୍ନି ବର୍ଷୁକି ଦିନ ସବୁ ! କିନ୍ତୁ ଏବେଠୁଁ ସହରରେ ଶୁଭିଲାଣି ଉତ୍କଟ ଜଳ ସଙ୍କଟର ପଦଧ୍ୱନି, ଡହଳ ବିକଳ ହେଉଛନ୍ତି ଅଗଣିତ ଲୋକ । ବିନ୍ଦୁଏ ଜଳ ପାଇଁ ତୃଷାର୍ଭ ଅଧର ସତେ ଯେମିତି ଲୋଳୁପ ହୋଇ ଉଠୁଛି !

ମହାନଦୀ, ପୃଥ‌ିବୀର ସର୍ବବୃହତ ମାଟିବନ୍ଧ ହୀରାକୁଦ ଡେମର ଉପକଣ୍ଠରେ ଥାଇ ବି ସମ୍ବଲପୁର ଯୁଝୁଛି ଖରାମାସରେ ଜଳ ପାଇଁ, ବିକଳ ହେଉଛି ଜଳର ଅନ୍ୟ ନାମ ଜୀବନ ଓ ଅମୃତ ପାଇଁ। ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଅସହାୟ ମଣୁଛି ଯେମିତି ନିଜକୁ । ଅଧିକାଂଶ ସମୟରେ ଜନସ୍ୱାସ୍ଥ୍ୟ ବିଭାଗର ଜେଇ, ଏସ୍‌ଡିଓ, କିମ୍ବା କାର୍ଯ୍ୟନିର୍ବାହୀ ଅଧୂକାରୀ ଫୋନ ଉଠାଇବା ପାଇଁ ବୋଧେ ନିଜକୁ ଯୋଗ୍ୟ ବିବେଚିତ କରୁନାହାନ୍ତି ।  ସୁଚାରୁ ରୂପେ ଜଳ ଯୋଗାଣ ବ୍ୟବସ୍ଥାରେ ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଯେମିତି ପଥଭ୍ରଷ୍ଟ । ସମ୍ବଲପୁର ମହାନଗର ନିଗମର ବହୁ ସ୍ଥାନକୁ ପାନୀୟ ଜଳ ଯୋଗାଣ ପାଇଁ ଜଳସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ପାଇପର ସଂଯୋଗୀକରଣ ହୋଇଥିଲେ ମଧ୍ଯ ଅଧୂକାଂଶ ପଡ଼ାର ବହୁ ଘରକୁ
ବୁନ୍ଦାଏ ପାଣି ମଧ୍ଯ ପହଞ୍ଚି ପାରୁ ନଥିବାର ଜଣାପଡିଛି। କେତେକ ସ୍ଥାନରେ ଅନର୍ଗଳ, ଅବାରିତ ଭାବେ ପାଣି ଯାଇ ନଷ୍ଟ ବି ହେଉଥିବାର ଲକ୍ଷ୍ୟ କରାଯାଉଛି। ଜନ ସ୍ୱାସ୍ଥ୍ୟ ବିଭାଗରେ ଲୋକଙ୍କ ଆପରି ଅଭିଯୋଗ କିଛି ଫଳପ୍ରଦ ହେଉନଥିବାର ଜଣାପଡିଛି।

ସମ୍ବଲପୁରର ଏକ ପଡ଼ାରେ ସକାଳେ ପାଣି ଦେବା ପାଇଁ ଋବି ଖୋଲୁଥିବା ଜନୈକ ବ୍ୟକ୍ତିର କହିବା ଅନୁସାରେ “ପାଏନ ବୁନ୍ଦାକର ଲାଗିର ବୁଢ଼ା
ବୁଢ଼ୀ ଆର୍ ଲୋକଙ୍କର ଦୁଖ, କଲବଳ ହେବାର ଦେଖୁ କରି ମୋର ଆଏଖ୍ନୁ ପାଏନ୍ ଥୁପି ପଡ଼ସି”


ରାଜ୍ୟ ପାଣି ପାଗ ବିଭାଗ ଅନୁଯାୟୀ ଆଗକୁ କରାଳ ବେଗରେ ମାଡ଼ି ଆସୁଛି ଧୁ ଧୁ ଖରା । ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ବିଶ୍ଵସ୍ଥ ଭାବରେ ଲୋକଙ୍କ ସେବା ପରାୟଣ ହେବା ବାଞ୍ଛନୀୟ ବୋଲି ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *