ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କୁ ଲାଞ୍ଚ ଗ୍ରହଣ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଅସିତ ପଟ୍ଟନାୟକ ବନ ବିଭାଗରେ ଭଡ଼ା ସୂତ୍ରରେ ଲାଗିଥିବା ଏକ ଗାଡ଼ିର ଏପ୍ରିଲ ମାସର ବିଲ୍ ପାସ୍ କରାଇବା ଏବଂ ମେ ମାସରୁ ପୁନର୍ବାର ସେହି ଗାଡ଼ିକୁ ବିଭାଗୀୟ କାର୍ଯ୍ୟ ପାଇଁ ଭଡ଼ାରେ ଲଗାଇବାର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୋଗକାରୀଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ହାତେନାତେ ଧରାପଡ଼ିଛନ୍ତି।
ରାଉରକେଲାରେ ଲାଞ୍ଚ ନେବା ଅଭିଯୋଗରେ ବିଶ୍ରା ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ ଭିଜିଲାନ୍ସ ଜାଲରେ
