ବରଗଡ଼ ସହରରେ କଡ଼ା ନିୟମ: ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ବଡ଼ ଗାଡ଼ି ପ୍ରବେଶ ନିଷେଧ, ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ!

ସମ୍ବଲପୁର, ୧୦ ମେ ୨୦୨୫: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବରଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହର ମଧ୍ୟକୁ ବଡ଼ ଗାଡ଼ିର ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ନିୟମ ଅମାନ୍ୟ କଲେ ସଂପୃକ୍ତ ଚାଳକ ଓ ଗାଡ଼ି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ପଦକ୍ଷେପ ସହରରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ନିଆଯାଇଛି। ପୁଲିସ ଓ ଟ୍ରାଫିକ ବିଭାଗକୁ ସହରର ପ୍ରବେଶ ପଥଗୁଡ଼ିକରେ ନିୟମିତ ଯାଞ୍ଚ ଓ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନାଗରିକମାନଙ୍କୁ ଏହି ନିୟମ ପାଳନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *