ବରଗଡ଼ରେ ନୃସିଂହନାଥ ମନ୍ଦିରରେ ୭ରୁ ବୈଶାଖ ମେଳା ଆରମ୍ଭ, ୫.୪ କୋଟି ଟଙ୍କାର ବୀମା ବ୍ୟବସ୍ଥା

ବରଗଡ଼: ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକରେ ଥିବା ନୃସିଂହନାଥ ମନ୍ଦିରରେ ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଭଗବାନ ନୃସିଂହନାଥଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ମେଳା ୧୨ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଚାଲିବ। ପୂର୍ବ ବର୍ଷଗୁଡ଼ିକ ପରି ଏହି ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି।

ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ମନ୍ଦିର କମିଟି ବୀମା ବ୍ୟବସ୍ଥା କରିଛନ୍ତି। ବୈଶାଖ ମେଳା ପାଇଁ ୫.୪ କୋଟି ଟଙ୍କାର ବୀମା କରାଯାଇଛି। ବରଗଡ଼ର ଆଇନଜୀବୀ ହୀରା ରାମ ଭୋଇଙ୍କ ପରାମର୍ଶରେ ମନ୍ଦିର କମିଟି ଏହି ପଦକ୍ଷେପ ନେଇଛନ୍ତି। ଆଇନଜୀବୀ ଭୋଇ ସୂଚନା ଦେଇଛନ୍ତି ଯେ, ମେଳା ସମୟରେ ଯଦି କୌଣସି ପର୍ଯ୍ୟଟକ ବା ଭକ୍ତଙ୍କର ମୃତ୍ୟ ହୁଏ, ତେବେ ତାଙ୍କ ପରିବାରକୁ ୭.୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *