ଛତିଶଗଡ଼ରୁ ଧାନ ଚାଲାଣ: ବରଗଡ଼ରେ ଚାଷୀଙ୍କ ଚିନ୍ତା, ପ୍ରଶାସନର ନିୟନ୍ତ୍ରଣ ଅପାରଗ

ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ୭ ଦିନ ହେଲା ଚାଲିଛି, କିନ୍ତୁ ଚାଷୀଙ୍କ ଧାନ ବିକ୍ରି ଏପର୍ଯ୍ୟନ୍ତ ସରି ନାହିଁ। ଆହୁରି ୨ ମାସ ଲାଗିପାରେ। ଏହା ମଧ୍ୟରେ ଛତିଶଗଡ଼ରୁ ଧାନ ବେପାରୀଙ୍କ ଜରିଆରେ ବରଗଡ଼ରେ ପଶୁଛି, ଯାହା ରାତାରାତି ମିଲ୍‌ ଓ ନିର୍ଦ୍ଦିଷ୍ଟ ଜାଗାରେ ରଖାଯାଉଛି। ଏହାକୁ ଧାନକ୍ରୟ କେନ୍ଦ୍ରରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହା ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି, କାରଣ ଧାନକ୍ରୟ ଲକ୍ଷ୍ୟ ପୂରଣ ହେଲେ ସ୍ଥାନୀୟ ଚାଷୀଙ୍କ ଧାନ ବିକ୍ରି ଅଟକିପାରେ। ପ୍ରଶାସନ ସୀମାବର୍ତ୍ତୀ ରାସ୍ତାରେ ନଜର ରଖୁଥିବା ଦାବି କଲେ ମଧ୍ୟ, ଛତିଶଗଡ଼ରୁ ଧାନବୋଝେଇ ଟ୍ରକ ସୋହେଲା, ଅମ୍ବାଭୋନା ଓ ଭଟଲି ବ୍ଲକ ଦେଇ ଜିଲା ସଦର ମହକୁମା ପର୍ଯ୍ୟନ୍ତ ପହଞ୍ଚୁଛି। ସଂଯୁକ୍ତ କୃଷକ ସଙ୍ଗଠନ ଓ ଜୟ କିଷାନ ଆନ୍ଦୋଳନ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *