ସମ୍ବଲପୁରରେ ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଆହତ

ସମ୍ବଲପୁର,: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବାଟଗାଁ ପଞ୍ଚାୟତ ଅଧୀନ ଭାଲୁଗୁଡ଼ିଆ ଗାଁରେ ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପୁରୋହିତ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଘର ବାଡ଼ିରେ କୂଅରୁ ପାଣି ଉଠାଇବା ପାଇଁ ମୋଟର ପମ୍ପ ଲଗାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଅଘଟଣ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ସନ୍ତୋଷ ପୁରୋହିତ ଆହତ ହୋଇଛନ୍ତି। ଗ୍ରାମବାସୀ କାଠ ବାଡ଼ି ବ୍ୟବହାର କରି ତାର ସଂଯୋଗ ବିଚ୍ଛିନ୍ନ କରି ସନ୍ତୋଷଙ୍କୁ ରକ୍ଷା କରିଥିଲେ। ଉଭୟଙ୍କୁ ନାକଟିଦେଉଳ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଅନିତାଙ୍କୁ ମୃତ ଘୋଷଣା କରାଗଲା। ସନ୍ତୋଷଙ୍କର ଚିକିତ୍ସା ଚାଲିଛି। ଅନିତାଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *