ପାଟଣାଗଡ଼ ଆମ୍ବ ବିଦେଶ ରପ୍ତାନି

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ୧୫୦୦ ଏକରରୁ ଅଧିକ ଜମିରେ ଆମ୍ବ ଚାଷ ହେଉଛି। ଦସେରୀ, ଆମ୍ବ୍ରପଲ୍ଲୀ, ଲାଙ୍ଗଡ଼ା ଭଳି ଉନ୍ନତ ମାନର ଆମ୍ବ ଉତ୍ପାଦିତ ହେଉଥିଲେ ମଧ୍ୟ ବଜାର ଅଭାବରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିଲେ। ଏହା ଜାଣି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଚାଷୀଙ୍କ ସହ ଆଲୋଚନା କରି ଏକ ଫାର୍ମର ପ୍ରଡୁସର କମ୍ପାନୀ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏହି କମ୍ପାନୀ ମାଧ୍ୟମରେ ‘ଅମୃତ୍ୟମ’ ଲୋଗୋରେ ଆମ୍ବ ରପ୍ତାନି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆବୁଧାବିକୁ ୧.୨ ମେଟ୍ରିକ ଟନ ଓ ଲଣ୍ଡନକୁ ୨.୬ ମେଟ୍ରିକ ଟନ ଆମ୍ବ୍ରପଲ୍ଲୀ ଆମ୍ବ ରପ୍ତାନି ହୋଇଛି। ଉଦ୍ୟାନ କୃଷି ବିଭାଗ, ପାଲାଡ଼ିଅମ, ଆପେଡା ଓ ନାବାର୍ଡର ସହାୟତାରେ ଏହା ସମ୍ଭବ ହୋଇଛି। ଆମ୍ବ ପ୍ୟାକିଙ୍ଗ ପରେ ଭୁବନେଶ୍ୱର ପଠାଯାଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରପ୍ତାନି ଶୁଭାରମ୍ଭ ହେବ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *