ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ, ରାଜନୈତିକ ଚାପରେ ପୁନଃନିଯୁକ୍ତି

ଯାଜପୁର ସଦର,: ଯାଜପୁର ସହର ଉପକଣ୍ଠରେ ଥିବା ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟରେ ଯୌନ ଶୋଷଣ ଓ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ଦିଆଯିବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନିରଞ୍ଜନ ପଣ୍ଡାଙ୍କ ବିରୁଦ୍ଧରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ ଓ ଜଣେ କର୍ମଚାରୀଙ୍କୁ ଜାତିଗତ ଅପମାନ ଅଭିଯୋଗ ରହିଛି।

୨୦୨୧ରେ ଯୌନ ଶୋଷଣ ଅଭିଯୋଗରେ ଯାଜପୁର ଥାନାରେ କେସ୍ (ନଂ. ୩୧୧) ରୁଜୁ ହୋଇ ଅଗଷ୍ଟ ୩୦, ୨୦୨୧ରେ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ୨୦୨୨ ମାର୍ଚ୍ଚରେ ଜାତିଗତ ଅପମାନ ଅଭିଯୋଗରେ ପୁନର୍ବାର ଗିରଫ ହୋଇଥିଲେ। ଏହି ମାମଲା ଯାଜପୁର ଜିଲ୍ଲା ଦୌରା ଜଜ୍ କୋର୍ଟରେ ବିଚାରାଧୀନ। ଓଡ଼ିଶା ଲୋକାୟୁକ୍ତ (କେସ୍ ନଂ. ୩୭୯/୨୦୨୪), କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ, ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ମାନବାଧିକାର ଆୟୋଗ (କେସ୍ ନଂ. ୩୦୭୨/୨୦୨୪) ତଦନ୍ତ ଚାଲିଛି। ପଣ୍ଡା ୨୦୦୮-୦୯ରୁ ୨୦୦୯-୧୦ ମଧ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଜାଲ କାଗଜପତ୍ର ଦେଇ ଏମ୍‌ଫିଲ ଡିଗ୍ରୀ ହାସଲ କରିଥିବା ଅଭିଯୋଗ ରହିଛି। ଜେଲରେ ଥାଇ ମଧ୍ୟ ସେ ଉପସ୍ଥାନ ଖାତାରେ ଦସ୍ତଖତ କରି ଦରମା ଉଠାଇଥିଲେ। ୨୦୨୧ ସେପ୍ଟେମ୍ବର ୬ରୁ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିଲା।

୨୦୨୩ ଫେବୃଆରୀ ୨୧ରେ ଉଚ୍ଚଶିକ୍ଷା ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ରାଜନୈତିକ ଚାପରେ ପଣ୍ଡା ପୁନଃନିଯୁକ୍ତ ହୋଇଥିଲେ। ୨୦୨୫ ମାର୍ଚ୍ଚ ୪ରେ ଅଧ୍ୟାପକ ଓ କର୍ମଚାରୀମାନେ ତାଙ୍କୁ ନିଲମ୍ବନ ପାଇଁ ଅନୁରୋଧ କରିଥିଲେ। ଅଧ୍ୟକ୍ଷ ପ୍ରକାଶ ମୁଦୁଲି ମଧ୍ୟ ତୁରନ୍ତ ବହିଷ୍କାର ପାଇଁ ଚିଠି ଲେଖିଥିଲେ। ତଥାପି, କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହା ମହାବିଦ୍ୟାଳୟର ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବାରୁ ଅଭିଭାବକମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ପଣ୍ଡା କହିଛନ୍ତି, ୨୦୨୧ରେ ତାଙ୍କୁ ମିଛରେ ଫସାଯାଇଥିଲା ଏବଂ ବର୍ତ୍ତମାନ ନୂଆ ଅଭିଯୋଗ ତାଙ୍କ ଚରିତ୍ର ହନନ ପାଇଁ ଆଣାଯାଉଛି। ନୂଆ ଅଭିଯୋଗରେ ଅଧ୍ୟାପକଙ୍କ ରହସ୍ୟ ଉନ୍ମୋଚିତପଣ୍ଡାଙ୍କ ବିବାଦ ବଢ଼ୁଛି, ନୂଆ ଅଭିଯୋଗ ତାଙ୍କ ସନ୍ଦେହଜନକ ଆଚରଣକୁ ଉଜାଗର କରୁଛି, ମହାବିଦ୍ୟାଳୟରେ ଦାୟିତ୍ୱହୀନତା ନେଇ ପ୍ରଶ୍ନ ଉଠାଉଛି।

Leave a Reply

Your email address will not be published. Required fields are marked *